Search Listing
↩Return: KRIH⇒
Dep:
Arr: KRIH
All Trains
Morning Departures (till 12 noon)
Afternoon Departures (12 noon to 4PM)
Evening Departures (after 4PM)
Exact Station Match
Exact Source Match
Exact Destination Match
All Advanced Filters
KRIH/Korai (2 PFs)କୋରାଇ कोराइ
Track: Double Electric-Line
Type of Station: Regular Number of Platforms: 2 Number of Halting Trains: 8 Number of Originating Trains: 0 Number of Terminating Trains: 0
Korai-Barundei Rd, Korai 755022 State: Odisha
Updated: Mar 08 2019 (11:19) by
goyalwc~ Elevation: 30 m above sea level
Zone:
ECoR/East Coast Division:
Khurda Road
Rating: NaN /5 (0 votes)
porters/escalators - n/a (0)
Station News Page# Showing 1 to 1 of 1 News Items
ଭୁବନେଶ୍ୱର,୫/୧ : ଆସନ୍ତା ୬ ତାରିଖରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ରେଳ, ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ । ତାଙ୍କ ଗସ୍ତ ସମୟରେ ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପର ହେବ ଶୁଭାରମ୍ଭ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଆସନ୍ତା ୬ ତାରିଖ ସନ୍ଧ୍ୟା ୫ଟା ୪୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ବାହାରି ୬ଟା ସୁଦ୍ଧା ଭୁବନେଶ୍ୱରରେ ଥିବା ବିଏସ୍ଏନ୍ଏଲ୍ ଭବନରେ ପହଞ୍ଚି ରାଜ୍ୟରେ ମୋବାଇଲ୍ ନେଟୱାର୍କ ସୁବିଧା ନଥିବା ଗାଁଗୁଡ଼ିକୁ କିଭଳି ଯୋଗାଯୋଗ ହେବ ଆଲୋଚନା କରିବେ । ବିଶେଷକରି ୩୯୩୩ଟି ଗାଁକୁ କିଭଳି ମୋବାଇଲ୍ ଟାୱାର୍ ବସାଇ ଯୋଗାଯୋଗ ସୁବିଧା ପହଞ୍ଚିପାରିବ ସେନେଇ ବିଚାର ବିମର୍ଶ କରିବେ । ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ଏ ନେଇ ଆଲୋଚନା ହେବ । ଏହି ଅବସରରେ ୨୦୭ଟି ନୂଆ ପୋଷ୍ଟ୍ ଅଫିସ୍ ଖୋଲିବ । ପରେ ସନ୍ଧ୍ୟା ୭ଟା ୪୫ରେ ପୁରୀରୁ ଛାଡ଼ିବାକୁ ଥିବା ତପସ୍ୱିନୀ ଏକ୍ସପ୍ରେସରେ ରାଜଧାନୀ କୋଚ୍ ସୁବିଧାକୁ ଭିଡିଓ ଲିଙ୍କ୍ ଜରିଆରେ ଆରମ୍ଭ କରିବେ । କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର ରେଳ ବିଶ୍ରାମାଗାରରେ ରାତ୍ରୀଯାପନ କରିବେ । ୭ ତାରିଖ ସକାଳେ ଭୁବନେଶ୍ୱରରୁ ବାହାରି କଟକ ଚଣ୍ଡୀ ...
more... ମନ୍ଦିରରେ ୮ଟା ୩୦ ସୁଦ୍ଧା ପହଞ୍ଚିବେ । ଚଣ୍ଡୀମନ୍ଦିରରେ ମା’ଙ୍କ ଦର୍ଶନ ସାରି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନ୍ସ ଆଣ୍ଡ ରିସର୍ଚ୍ଚ(ଜିମସାର୍)ରେ ସକାଳ ୯ଟାରେ ମୋବାଇଲ୍ ହେଲଥ୍ ୟୁନିଟ୍ର ଆରମ୍ଭ କରିବେ । ସେହିପରି ୯ଟା୩୦ରେ କଟକ ରେଳଷ୍ଟେସନର ଅନୁଧ୍ୟାନ କରିବା ସହିତ ୧୦ଟାରେ ଦ୍ୱିତୀୟ ପ୍ରବେଶ ପଥରୁ ଶିଳାନ୍ୟାସ କରିବେ । ସେଠାରୁ ବାଲେଶ୍ୱର ଅଭିମୁଖେ ଟ୍ରେନ୍ରେ ଯାତ୍ରା କରିବେ । ୧୨ଟା ୩୦ରେ ବାଲେଶ୍ୱର ଷ୍ଟେସନରୁ ଭୁବନେଶ୍ୱର ଅଭିମୁଖେ ପ୍ରଥମ ମେମୁ ଟ୍ରେନ୍ର ଶୁଭାରମ୍ଭ କରିବେ । ଅପରାହ୍ଣ ୧ଟା ୩୦ରେ ନୀଳଗିରିରେ ବାଲେଶ୍ୱର-ନୀଳଗିରି ଯାତ୍ରୀବାହୀ ଟ୍ରେନ୍ ଲାଇନର ଶିଳାନ୍ୟାସ କରିବେ । ସେହିଦିନ ବସ୍ତା ଷ୍ଟେସନରେ ନୂଆ ଷ୍ଟେସନ୍ ବିଲ୍ଡିଂ ଓ ଭଦ୍ରକ-ଖଡ଼ଗପୁର ତୃତୀୟ ରେଳ ଲାଇନର ଶୁଭାରମ୍ଭ କରିବେ । ଅପରାହ୍ଣ ୪ଟା ୫୦ରେ ଜଳେଶ୍ୱର ଷ୍ଟେସନରେ ନୂଆ ବିଲ୍ଡିଂର ଶିଳାନ୍ୟାସ କରିବେ । ସେଠାରୁ ୫ଟା ୧୫ରେ ଭୁବନେଶ୍ୱର ଅଭିମୁଖେ ଟ୍ରେନ୍ରେ ଯାତ୍ରା କରିବେ । ରାତି ୯ଟା ୩୫ରେ ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଫେରିଯିବେ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀଙ୍କ ଗସ୍ତ ସମୟରେ ବରିଷ୍ଠ ସ୍ୱତନ୍ତ୍ର ସେବା ଅଧିକାରୀ ବେଦ ପ୍ରକାଶ, ଏନ୍ସି ଝିଙ୍ଗଟା, ବିକ୍ରାନ୍ତ ଶର୍ମା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।